୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ କରାଗଲା ସମ୍ମାନିତ
ଦୀର୍ଘ ତିନି ଦିନ ବ୍ୟାପୀ ଜାରି ରହିଥିବା ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଯାପନୀ ଉତ୍ସବରେ ୨୪ଟି ଦେଶରୁ ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତ ବାହାରେ ରହି ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ରାଜନୀତି, ଲୋକ ସମ୍ପର୍କ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦକ ଓ ମାନ ପତ୍ର ଦେଇ ସମ୍ମାନିତ କରିଛନ୍ତି ।
ସମ୍ମାନିତ ହେବାକୁ ଥିବା ବ୍ୟକ୍ତିମାନେ ହେଲେ ପ୍ରଫେସର ଅଜୟ ରାଣେ- ଅଷ୍ଟ୍ରେଲିଆ (କମ୍ୟୁନିଟି ସେବା), ଡ. ମାରିଆଲେନା ଜୋନ୍ ଫର୍ଣ୍ଣାଣ୍ଡିସ୍-ଅଷ୍ଟ୍ରିଆ (ଶିକ୍ଷା), ଡ. ଫିଲୋମେନା ଆନ୍ ମୋହିନି ହାରିସ୍- ବାରବାଡୋସ୍ (ଚିକିତ୍ସା ବିଜ୍ଞାନ), ସ୍ୱାମୀ ସାନୁକ୍ତ୍ୟନନ୍ଦ- ଫିଜି (ସାମୁଦାୟିକ ସେବା), ସରସ୍ୱତୀ ବିଦ୍ୟା ନିକେତନ- ଗୁଏନା (ସାମୁଦାୟିକ ସେବା), ଡ. ଲେଖ୍ ରାଜ ଜୁନେଜା- ଜାପାନ (ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା), ଡ. ପ୍ରେମ କୁମାର- କିର୍ଗିଜ୍ ରିପବ୍ଲିକ୍ (ଚିକିତ୍ସା ବିଜ୍ଞାନ), ଶ୍ରୀ ସୌକଥାଭି ଚୌଧୁରୀ- ଲାଓସ୍ (ବାଣିଜ୍ୟ), ଶ୍ରୀ କୃଷ୍ଣ ସବଜାନୀ-ମଲାୱି (ବାଣିଜ୍ୟ), ‘ତାନ୍ ଶ୍ରୀ’ ଡ. ସୁବ୍ରମଣ୍ୟମ୍ କେ ଭି ସଥଶିଭମ୍-ମାଲେସିଆ (ରାଜନୀତି), ଡ. ସରିତା ବୁଦ୍ଧୁ- ମରିସସ୍ (ସାମୁଦାୟିକ ସେବା), ଶ୍ରୀ ଅଭୟ କୁମାର- ମଲଡୋଭା (ବାଣିଜ୍ୟ), ଡ। ରାମ ନିୱାସ୍ @ ହଲା ଟୁନ୍-ମିଆଁମାର (ଶିକ୍ଷା), ଶ୍ରୀ ଜଗନ୍ନାଥ ଶେଖର ଆସ୍ଥାନା- ରୋମାନିଆ (ବାଣିଜ୍ୟ), ହିନ୍ଦୁସ୍ତାନୀ ସମାଜ-ଋଷିଆ (ସମ୍ପ୍ରଦାୟ ସେବା), ସୁଧା ରାନୀ ଗୁପ୍ତା- ଋଷିଆ (ଶିକ୍ଷା), ଡ. ସୟଦ ଅନୱାର ଖୁରସିଦ- ସାଉଦି ଆରବ (ଚିକିତ୍ସା ବିଜ୍ଞାନ), ଅତୁଲ ଅରବିନ୍ଦ ତେମୁର୍ନିକର- ସିଙ୍ଗାପୁର (ଶିକ୍ଷା), ରୋବର୍ଟ ମାସିହ ନାହର- ସ୍ପେନ୍ (କମ୍ୟୁନିଟି ସେବା),ଡ. କୌଶିକ ଲକ୍ଷ୍ମୀଦାସ ରମୈୟା- ତାଞ୍ଜାନିଆ (ମେଡିସିନ୍), ଏଚ.ଇ କ୍ରିଷ୍ଟାଇନ୍ କାର୍ଲା କଙ୍ଗାଲୁ ORTT- ତ୍ରିନିଦାଦ ଏବଂ ଟୋବାଗୋ, (ଲୋକସମ୍ପର୍କ ବିଭାଗ), ଶ୍ରୀ ରାମକୃଷ୍ଣନ୍ ସିଭାସ୍ବାମୀ ଆୟର- ୟୁଏଇ (ବାଣିଜ୍ୟ), ଶ୍ରୀ ବଣ୍ଟାଲା ସୁବାୟା ସେଟ୍ଟି ରମେଶ ବାବୁ- ଉଗାଣ୍ଡା (କମ୍ୟୁନିଟି ସେବା), ବରୁଣେଶ ଉଷା କୁମାରୀ ପ୍ରଶର- ୟୁକେ (ରାଜନୀତି), ଡ. ଶରଦ ଲଖନପାଲ- ଆମେରିକା (ମେଡିସିନ୍), ଡ. ଶର୍ମିଲା ଫୋର୍ଡ- ଆମେରିକା (ସାମୁଦାୟିକ ସେବା) ଏବଂ ଶ୍ରୀ ରବି କୁମାର ଏସ୍- ଆମେରିକା (ବାଣିଜ୍ୟ, ଆଇଟି ଏବଂ ପରାମର୍ଶ) । ଏହି ଅବସରରେ ଆମେରିକାରେ ରହୁଥିବା ଓଡ଼ିଆ ପ୍ରବାସୀ ରବି କୁମାର ଏସ୍ ପୁରସ୍କାର ଗ୍ରହଣ କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିଜ ଜନ୍ମ ଭୂମି ଏବଂ ମାତୃ ଭୂମିକୁ ଫେରିଥିବାରୁ ଖୁସି ଅନୁଭବ କରିଛନ୍ତି । ଏ ମାଟି, ପାଣି ଏବଂ ପବନ ସବୁବେଳେ ମନରେ ରହିବ ବୋଲି କହିଛନ୍ତି ।