ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ।  ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପୋଲିସ ଡିଜି ଓ ଅନ୍ୟମାନେ ଉପସ୍ଥିତ ଥିଲେ  ।

ସ୍ୱତନ୍ତ୍ର ହେଲିପ୍ୟାଡ୍ ଯୋଗେ ସେ ପୁରୀ ତାଳବଣିଆ ଅଭିମୁଖେ  ଯାଇଛନ୍ତି । ସେଠାରୁ ଶ୍ରୀମନ୍ଦିର ଯାଇ ସେ ଜଗନ୍ନାଥ ଦର୍ଶନ କରିବେ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ୧୨ଟାରେ ସେ ପୁରୀ ରାଜଭବନ ଫେରିବେ । ସେଠାରେ ମହାପ୍ରସାଦ ଖାଇବା ପରେ ୨ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବେ । ୩ଟା୧୫ରୁ ୪ଟା୧୫ ମଧ୍ୟରେ ସେ ବିଭିନ୍ନ ବରପୁତ୍ରଙ୍କଠାରେ ମାଲ୍ୟାର୍ପଣ କରିବେ ।

ଆସନ୍ତାକାଲି ସେ ଭୁବନେଶ୍ୱରରେ କେତେକ ସ୍କୁଲ ଓ କଲେଜ ପରିଦର୍ଶନ କରିବେ  । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଚଳିତବର୍ଷ ଜୁଲାଇ ୨୫ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କ ଗସ୍ତବେଳେ ସୁରକ୍ଷାକୁ ଦୃଷ୍ଟିରେ ଭୁବନେଶ୍ୱର ଓ ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତାଙ୍କ ଗସ୍ତ ସମୟର ପୁରୀରେ ୨୪ ପ୍ଲାଟୁନ ପୋଲିସ ଫୋର୍ସ ରହିଛନ୍ତି । ମୋଟ ୫୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୩ ଶହ ଅଫିସର ନିୟୋଜିତ ହୋଇଛନ୍ତି ।

Related Articles

Back to top button