
ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ
ଭୁବନେଶ୍ୱର: ରାଷ୍ଟ୍ରପତି ପୋଲିସ୍ ମେଡାଲ ପାଇବେ ଓଡ଼ିଶାର ୨ ଜଣ ଆଇପିଏସ୍ । ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକ ପ୍ରଦାନ କରାଯିବ। IPS ଡି. ଏସ୍ କୁଟ୍ଟେ ଓ କନଷ୍ଟେବଲ ପ୍ରହଲ୍ଲାଦ ରାଉତଙ୍କୁ ରାଷ୍ଟ୍ରପତି ପୋଲିସ୍ ମେଡାଲ ପ୍ରଦାନ କରାଯିବ।
ବିଶିଷ୍ଟ ସେବା ପାଇଁ ଓଡିଶାରୁ ପ୍ରାୟ ୧୧ ଜଣ ପୋଲିସ୍ ମେଡାଲ ପାଇବେ । ସେମାନଙ୍କ ଭିତରେ ଅଛନ୍ତି, ଏସିପି ଯତୀନ୍ଦ୍ର ପଣ୍ଡା, ଏସିପି ହିମାଂଶୁ ସ୍ୱାଇଁ, ଏସିପି ପ୍ରଦ୍ୟୁମ୍ନ ମିଶ୍ର, ଡିଏସପି ସୁଧାଂଶୁ ପୂଜାରୀ, ଡେପୁଟି କମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର ଦାସ, ଇନ୍ସପେକ୍ଟର ଅରୁଣ ବଳିୟାର ସିଂ, ଏସଆଇ ଯୁଗଳ ପ୍ରଧାନ ।
ଏଏସଆଇ ବିଜ୍ଞାନ ମହାନ୍ତି, କନଷ୍ଟେବଲ ସାୱରଦିନ ଖାନ୍ଙ୍କୁ ମେଡାଲ ପ୍ରଦାନ କରାଯିବ। ଡ୍ରିଲ ଇନ୍ସପେକ୍ଟର ଅନୀଲ ମିଂଜ, ସିପାହୀ ପ୍ରଦୀପ ବେହେରା ମଧ୍ୟ ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସାରା ଦେଶରୁ ମୋଟ୍ ୯୦୧ ଜଣ ପୋଲିସ ମେଡାଲ ପାଇବା ଲାଗି ମନୋନୀତ ହୋଇ ଥିବା ବେଳେ ଏମାନଙ୍କ ମଧ୍ୟରୁ ୧୪୦ ପୋଲିସ୍ କର୍ମଚାରୀ ସାହସିକତା ପୁରସ୍କାର ପାଇବେ।