ଲୋୟର ପିଏମଜିରେ ପ୍ରାଥମିକ ଶିକ୍ଷକ, ଅମଲା ସଂଘ ଓ ଅଙ୍ଗନୱାଡ଼ି କର୍ମଚାରୀଙ୍କ ବିଶାଳ ବିକ୍ଷୋଭ

ଭୁବନେଶ୍ୱର: ଲୋୟର ପିଏମଜିରେ ହଜାର ହଜାର ପ୍ରାଥମିକ ଶିକ୍ଷକ ବିଶାଳ ବିକ୍ଷୋଭ କରିଛନ୍ତି । ଶିକ୍ଷା ସହାୟକ ଭାବେ ନିଯୁକ୍ତ ପାଇଥିବା ଶିକ୍ଷକଙ୍କ ପ୍ରଥମ ୬ ବର୍ଷକୁ ଚାକିରି କାଳ ସହ ଗଣନା କରାଯାଉ । ଏଥିସହ ୬ଟି ଇଙ୍କ୍ରିମେଣ୍ଟ କରାଯାଉ । ସମସ୍ତ ଠିକା ନିଯୁକ୍ତିକୁ ଉଚ୍ଛେଦ କରି କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦାବି କରିଛନ୍ତି ପ୍ରାଥମିକ ଶିକ୍ଷକ ।

ପୁରୁଣା ପେନସନ ନୀତିକୁ ସରକାର ପୁଣି କାର୍ଯ୍ୟକାରୀ କରିବାକୁ ପ୍ରାଥମିକ ଶିକ୍ଷକ ଦାବି କରିଛନ୍ତି । ସରକାର ଦାବି ନ ଶୁଣିବା ଯାଏ ପ୍ରାଥମିକ ଶିକ୍ଷକରେ ତାଲା ଝୁଲିବ ବୋଲି ଆନ୍ଦୋଳନକାରୀ ଶିକ୍ଷକ ଚେତାବନୀ ଦେଇଛନ୍ତି ।

ଖାଲି ପ୍ରାଥମିକ ଶିକ୍ଷକ ନୁହଁନ୍ତି, ଆଜି ରାଜଧାନୀର ଲୋୟର ପିଏମଜିରେ ଅମଲା ସଂଘ ଓ ଅଙ୍ଗନୱାଡ଼ି କର୍ମଚାରୀ ଗର୍ଜିଛନ୍ତି । ଅମଲ ସଂଘ ଅଭିଯୋଗ କରିଛି, ଦେଶ ସ୍ୱାଧୀନ ପରଠାରୁ ଜିଲ୍ଲାସ୍ତରରେ ଅମଲାମାନଙ୍କର ଦରମାରେ କେବେ ବି ପରିବର୍ତ୍ତନ ହୋଇ ନାହିଁ ।

Related Articles

Back to top button