ପଟିଆ ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ ନାବାଳିକାଙ୍କୁ ଦୁଇ ଜଣ ଯୁବକ ବଳ ପୂର୍ବକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା GRP ପୋଲିସ  ।

ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର ପଟିଆ ରେଳଷ୍ଟେସନ ନିକଟରୁ ୨ ଜଣ ନାବାଳିକାଙ୍କୁ ଦୁଇ ଜଣ ଯୁବକ ବଳ ପୂର୍ବକ ଅପହରଣ କରିନେଇଥିଲେ । ପରେ ରାତିସାରା ଉଭୟଙ୍କୁ ବାନ୍ଧି ରଖିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ନାବାଳିକା ଦୁଇଜଣ ସକାଳେ ଘରକୁ ଫେରି ଜଣାଇବା ପରେ ଚାଇଲଡ ଲାଇନ ସହାୟତାରେ ସରକାରୀ ରେଳବାଇ ପୁଲିସ (ଜିଆରପି) ଥାନାରେ ଏତଲା ଦେଇଥିଲା । ଏତଲା ଅଧାରରେ ଜିଆରପି ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ପଟିଆ ନିକଟସ୍ଥ ଏକ ମାଛ ଦୋକାନରେ କାମ କରୁଥିବା ଦୁଇ ଭଉଣୀଙ୍କୁ ଦୁଇ ଜଣ ଯୁବକ ଅପହରଣ କରି ରେଳ ଓଭରବ୍ରିଜ ତଳକୁ ନେଇ ବାନ୍ଧି ରଖିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।ଏନେଇ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି  ।

Related Articles

Back to top button