ଓଡିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି

ଓଡିଶାରେ ଗଡିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିବେ । ନିର୍ବାଚନ ପୂର୍ବରୁ ଦେଶ ବାସୀଙ୍କୁ ନୂଆ ନୂଆ ଭେଟି ଦେଉଛନ୍ତି କେନ୍ଦ୍ର ସରକାର । ଏହାରିମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ୮୫ହଜାର କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର ଭିତ୍ତି ସ୍ଥାପନ କରାଯିବ । ଏହାର ସୂଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଳବାଇର ଅଧିକାରୀ । ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଦେଶବାସୀଙ୍କ ଗମନାଗମନରେ ସୁବିଧା ମିଳିପାରୁଛି।

ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର କୋଟି କାଟିର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ । ଏହି ପ୍ରକଳ୍ପ ପରେ ଦେଶରେ ଆଉ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଗଡିବ। ତେବେ ଓଡ଼ିଶାରେ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁବାରମ୍ଭ କରାଯିବ । ଯାହା ଓଡ଼ିଶାରେ ଏହି ଏକ୍ସପ୍ରେସ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭାବେ ପରିଗଣିତ । ଉଦ୍‌ଘାଟନ ମଧ୍ୟ ହେବ । ଓଡିଶା ପାଇଁ ଥିବା ନୂଆ ବନ୍ଦେ ଭାରତ ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ଦେଇ ବିଜୟାନଗରମ୍ ଯିବ । ଶନିବାର ବ୍ୟତୀତ ଅନ୍ୟ ଦିନ ଗୁଡିକରେ ଏହି ଟ୍ରେନ ଯାତାୟତ ହେବ । ବନ୍ଦେ ଭାରତ ଏକ୍ସପ୍ରେସର ଶୁବାରମ୍ଭ ପରେ ଓଡିଶା ବାସୀଙ୍କୁ ଗମନାଗମନରେ ସୁବିଧା ହୋଇପାରୁଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ପାଇଁ ସମସ୍ତେ ଲାଭ ପ୍ରଦ ହୋଇପାରୁଛନ୍ତି ।

Related Articles

Back to top button