ଓଡ଼ିଶାରୁ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଓଡ଼ିଶାରୁ ଗଡ଼ିଲା ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ- ରାଉରକେଲା ‘ବନ୍ଦେ ଭାରତ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ବର ଷ୍ଟେସନରେ ରାଜ୍ୟପାଳ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି। ଅନ୍ୟ ୮ଟି ବନ୍ଦେ ଭାରତ ଏକ୍ସପ୍ରେସର ବି ଶୁଭାରମ୍ଭ ହୋଇଛି। ବନ୍ଦେ ଭାରତ ନୂଆ ଉତ୍ସାହର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି।

ଏ ପର୍ଯ୍ୟନ୍ତ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି। ଖୁବଶୀଘ୍ର ଦେଶର ସବୁ ପ୍ରାନ୍ତକୁ ଗଡ଼ିବ ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ ବୋଲି କହିଛନ୍ତି ମୋଦି। ୧୧ ରାଜ୍ୟର ପର୍ଯ୍ୟଟନସ୍ଥଳକୁ ଯୋଡ଼ିବ ବନ୍ଦେ ଭାରତ। ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ରେଳ ସେବାକୁ କେନ୍ଦ୍ର ପ୍ରାଥମିକତା ଦେଉଛି। ରାଜ୍ୟର ଅନେକ ଅଞ୍ଚଳକୁ ସେବା ଯୋଗାଇବ ନୂଆ ଟ୍ରେନ୍। ଓଡ଼ିଶାର ସବୁ ସହରାଞ୍ଚଳ ଷ୍ଟେସନରେ ନବୀକରଣ ଜାରି ରହିଛି। ୩ୟ ବନ୍ଦେ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ପୁରୀ-ରାୟପୁର ବନ୍ଦେ ଭାରତ ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି।

Related Articles

Back to top button