କେନ୍ଦ୍ରାପଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଜନସାଧାରଣଙ୍କୁ କରିବେ ସମ୍ବୋଧିତ

ଚଳିତ ମାସ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ କେନ୍ଦ୍ରାପଡ଼ା ଲୋକସଭା ସଂସଦୀୟ କ୍ଷେତ୍ରରେ ଅୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ । କେନ୍ଦ୍ରାପଡା ଜିଲ୍ଲା ବାରୋ ଗ୍ରାମର ସିଦ୍ଧ ମହାପୁରୁଷ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏହି ସଭାରେ ବିଜେପିର ବହୁ ବରିଷ୍ଠ ନେତା ଯୋଗଦେବେ ବୋଲି କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଉପସଭାପତି ସଞ୍ଜୟ ରଥ, ବିଜେପି ନେତା ନେହେରୁ ସାହୁ, ରାଜ୍ୟ ପ୍ରବକ୍ତା ଧିରେନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button