ଝାରସୁଗୁଡା ଉପକାରାଗାରରେ କଏଦୀ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡା ଉପକାରାଗାରରେ ପୁଣି ଜଣେ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀର ନାଁ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲି। ଗତକାଲି ଭୋର ୪ଟା ବେଳେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହାଇଛି ୪୨ ବର୍ଷୀୟ ସୁଶାନ୍ତ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରିରେ ୨.୩୦ ବେଳକୁ ହଠାତ୍ ସୁଶାନ୍ତ ଥରିବାକୁ ଲାଗିଲା। ଏହାପରେ ତାକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର ୪ଟା ବେଳକୁ ତାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୁଶାନ୍ତ ବୁଦୁଲା ଲଇକେରା ଥାନା କେନ୍ଦୁଡିହି ଜଙ୍ଗଲିପଡ଼ା ଗ୍ରାମର। ସେ ଟିଆର୍ କେସ୍‌ ନମ୍ବର ୪୦/୨୦୧୪ ଅନୁସାରେ ଜଣେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିଲା। ୨୦୧୪ରେ ଅକ୍ଟୋବର ୭ ତାରିଖରେ ସେ ଝାରସୁଗୁଡ଼ାର ଉପକାରାଗାରକୁ ଆସିଥିଲା। ୨୮/୧୦/୨୦୨୧ରେ ତାକୁ ଆଜୀବନ ଜେଲ୍ ଦଣ୍ଡ ହୋଇଥିଲା। ହେଲେ ଆଜି ଭୋର୍‌ରୁ ତାର ମୃତ୍ୟୁ ଘଟିଛି।

ଝାରସୁଗୁଡ଼ା ଉପକାରାଗାରରେ କଏଦୀ ମୃତ୍ୟୁ ଘଟଣା ନୂଆ ନୁହେଁ। ଏହା ପୂର୍ବରୁ ନିକଟରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଜଣେ କଏଦୀ ଡାକ୍ତରଖାନାରୁ ଚମ୍ପଟ ମାରିଥିଲା।

Related Articles

Back to top button