ପୀଡ଼ିତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଦିଆଗଲା ନିର୍ଦ୍ଦେଶ

ସୂଚନା ଅନୁଯାୟୀ, କାଲି ବାଲେଶ୍ୱର ଠାରେ ୩ଟି ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ ପାର କରିଥିବା ବେଳେ ଆହତ ୧୦୦୦ରୁ ଉଦ୍ଧ୍ୱର୍ ଅଛନ୍ତି । ଏଥିରେ ଶିଶୁ ଏବଂ କିଶୋର ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ତେଣୁ ପୀଡ଼ିତ ଶିଶୁଙ୍କ ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ଅନ୍ୟପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାସ୍ଥଳରେ ପହଁଚି ଚିକିତ୍ସିତ ଲୋକମାନଙ୍କୁ ଭେଟି ସାନ୍ତ୍ୱାନା ଦେବା ସହ ପୀଡ଼ିତମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ପଚରାଉଚରା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱରରେ ରହି ଦୁଇ କେନ୍ଦ୍ରମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବେ । ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଛି ।

Related Articles

Back to top button