
ବାଙ୍କୀରେ ଇଥାନଲ କମ୍ପାନୀ ନିର୍ମାଣକୁ ବିରୋଧ, ଘଟଣାସ୍ଥଳରେ ୧୪୪ ଧାରା
ବାଙ୍କୀ: ବାଙ୍କୀ ଥାନା ଵାଆଁରା ପଂଚାୟତର ନୁଆସାହି ଠାରେ ୨୬ ଏକର ପରିଧି ମଧ୍ୟରେ କଟକ ଏଗ୍ରିଭେଟ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପକ୍ଷରୁ ଇଥାନଲ କମ୍ପାନୀ ନିର୍ମାଣକୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଗ୍ରାମସଭା ନକରି ଉକ୍ତ ପଡ଼ିଆରେ ଗ୍ରାମର ଗାଈଗୋରୁ ଚରିବା ସହ ଖେଳ ପଡିଆ କରିବା । ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯିବା କେତେଦୂର ଯୁକ୍ତିଯୁକ୍ତ ସେ ନେଇ ବିରୋଧ କରିଛନ୍ତି ଗ୍ରାମବାସୀ । ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଉପସ୍ଥିତିରେ ନୂଆସାହିର ଶତାଧିକ ଲୋକ ଧାରଣା ଦେବା ସହ ବିରୋଧ କରିଛନ୍ତି ।
ଏମାନଙ୍କ ଦାବି ପୁରଣ ତଥା ଗ୍ରାମସଭା ଦ୍ୱାରା ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବାକୁ ଦାବି କରିଛନ୍ତି । ନଚେତ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି । ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । । ଧାରଣାସ୍ଥଳରୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ ।