ଜନସ୍ବାସ୍ଥ୍ୟ ଵିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

କଟକ: ଭୁଵନେଶ୍ବର ଜନସ୍ବାସ୍ଥ୍ୟ ଵିଭାଗ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢାଉ କରିଛି । ଭୁଵନେଶ୍ବର ଭିଜିଲାନ୍ସ ବିଭାଗ ପକ୍ଷରୁ ମାନସ ସାମଲଙ୍କ ସିଡିଏ ସେକ୍ଟର-୭ରେ ଥିବା ଘର, ସାଲେପୁର ଚମ୍ପତିପାଟଣାରେ ଥିବା ଘର, ଜଟଣୀ ଘର ଓ କୁଜଙ୍ଗ ନିକଟରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ସମେତ ଭୁବନେଶ୍ୱର ଅଫିସରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରହିଛି। ଆଜି ଭୋରରୁ ଆରମ୍ଭ ହୋଇଥିଵା ଏହି ଚଢାଉରେ ୩ଜଣ ଡିଏସପି, ୧୧ଜଣ ଇନିସପେକ୍ଟର, ୨ଜଣ ସଵ ଇନିସପେକ୍ଟର ଓ ପାଞ୍ଚ ଜଣ ଏଏସଆଇ ସାମିଲ ଅଛନ୍ତି ।

ଆୟ ଵହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ମାନସ ସାମଲଙ୍କ ଘରେ ଚଢାଉ ହୋଇଛି । ମାନସଙ୍କର କଟକ ଓ ସାଲେପୁରରେ ତିନୋଟି ଫ୍ଲାଟ ଥିବା ବିଭାଗ ତଥ୍ୟ ପାଇଥିବା ବେଳେ ଵ୍ୟାଙ୍କ ଜମା ଓ ଵୀମା ଵାଵଦରେ ୧କୋଟି ୩୪ଲକ୍ଷ ଟଙ୍କା ଠାଵ କରିଛି । ସମ୍ପତ୍ତିର ଆକଳନ ସରିନଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button