ଖଲ୍ଲିକୋଟ ଆରସିଏମ କଲେଜରେ ରାଗିଂ ଅଭିଯୋଗ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଆରସିଏମ କଲେଜରୁ ଆସିଛି ରାଗିଂ ଅଭିଯୋଗ । କଲେଜର ବାର୍ଷିକ ଉତ୍ସବ ଚାନ୍ଦା ଆଦାୟକୁ ନେଇ ଜଣେ ସିନିୟର ଛାତ୍ର ଅଣ ଛାତ୍ରଙ୍କ ସହ ମିଶି ଜୁନିୟର ଛାତ୍ରଙ୍କ ଉପରେ ଜୁଲୁମ କରୁଥିବା ଅଭିଯୋଗ ହୋଇଛି । କମର୍ସର ଦ୍ୱିତୀୟ ବର୍ଷ ଛାତ୍ର ବବୁଲ ରାଉଳ ଅଧ୍ୟୟନ କରୁଛନ୍ତି ।

ସୌଭାଗ୍ୟ ଜିତ ଆଚାର୍ଯ୍ୟଙ୍କ ଉପରେ କଲେଜରେ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ଚାନ୍ଦା ଆଣିବାକୁ ବବୁଲ କୁଆଡେ ଚାପ ପ୍ରୟୋଗ କରୁଥିଲେ । ବାର୍ଷିକ ଉତ୍ସବ ପାଇଁ ବିଧାୟିକା ଙ୍କ ଠାରୁ ୨୦ ହଜାର ଟଙ୍କା ଚାନ୍ଦା ଆଣିବାକୁ ବବୁଲ ଚାପ ପ୍ରୟୋଗ କରୁଥିଲେ । କିନ୍ତୁ ସରକାରୀ କଲେଜରେ ବାର୍ଷିକ ଉତ୍ସବ ପାଇଁ ବିଧାୟିକା କାହିଁକି ଚାନ୍ଦା ଦେବେ ବୋଲି ସୌଭାଗ୍ୟ ପ୍ରଶ୍ନ କରିଥିଲେ ।

ଏହାକୁ ନେଇ କଲେଜ ପରିସରରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଅଣ ଛାତ୍ରଙ୍କ ସହ ମିଶି ବବୁଲ ଜୁନିୟର ଛାତ୍ର ସୌଭାଗ୍ୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ସୌଭାଗ୍ୟ ମାଡ଼ ଖାଉଥିବା ସମୟରେ ଦେଖିଥିବା କିଛି ଛାତ୍ର ଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର କଲେଜ ଅଧ୍ୟକ୍ଷଙ୍କୁ ଦେଇଥିଲେ । ତେବେ ଏ ସମ୍ପର୍କରେ ଆରସିଏମ କଲେଜ ଅଧ୍ୟକ୍ଷ ବିମଳ ପ୍ରସାଦ ସାହୁଏହାକୁ କଲେଜର ଶୃଙ୍ଖଳା ଗତ କମିଟି ନିକଟରେ ଉପସ୍ଥାପନ କରିବି ବୋଲି କହିଥିଲେ । ଆଜି ଶୃଙ୍ଖଳା କମିଟିର ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

Related Articles

Back to top button