
ରାହୁଲଙ୍କ ସହ ଖଡଗେ ବି ଆସିବେ ଓଡ଼ିଶା: ପିସିସି ସଭାପତି
ଭୁବନେଶ୍ୱରରେ ହେବ କଂଗ୍ରେସର ବଡ଼ ସମାବେଶ । ରାଜ୍ୟର ଶୃଙ୍ଖଳା ସ୍ଥିତିକୁ ନେଇ କଂଗ୍ରେସ ଏହି ସମାବେଶ କରିବ । ତେବେ ଏହି ସମାବେଶରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜୁର୍ନ ଖଡର୍ଗେ ବି ଓଡ଼ିଶା ଆସିବେ । କଂଗ୍ରେସର ମହିଳା ବିରୋଧୀ ହିଂସା କାର୍ଯ୍ୟକ୍ରମରେ ଉଭୟେ ଯୋଗଦେବେ । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି ।ଓଡିଶାକୁ ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତ ଓ ଏବେ ରାହୁଲ ଗାନ୍ଧୀଙ୍କ ଯାତ୍ରାକୁ ନେଇ କଂଗ୍ରେସ ଶିବିର ଚଳ ଚଂଚଳ ହୋଇ ଉଠିଛି । କଂଗ୍ରେସ ର ମହିଳା ବିରୋଧୀ ହିଂସା କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ମହିଳା ଅତ୍ୟାଚାର ବିରୋଧରେ ଭୁବନେଶ୍ଵରରେ ଏକ ବଡ ସମାବେଶ ଆୟୋଜନ କରିବାକୁ ଯାଉଛି କଂଗ୍ରେସ। ଏହି ସମାବେଶରେ ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀ ଯୋଗଦେବା ନେଇ ସୂଚନା ରହିଛି।