ଶେଷ ପର୍ଯ୍ୟାୟରେ ପ୍ରଚାର ପାଇଁ ୨୯ରେ ଖଡ଼ଗେ ଏବଂ ୩୦ରେ ରାହୁଲ ଆସିବେ ଓଡିଶା

ଜୁନ୍ ୧ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏହି ପରିପ୍ରେକ୍ଷୀରେ ଭଦ୍ରକରେ କଂଗ୍ରେସ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି । ବୁଧବାର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଗୁରୁବାର ରାହୁଲ ଗାନ୍ଧୀ ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଖବରଦାତା ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଜିଲା କଂଗ୍ରେସ କାର୍ଯାଳୟରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ସୂଚନା ଦେଇଛନ୍ତି,ବୁଧବାର ଚାନ୍ଦବାଲି ବ୍ଲକ ମତୋଠାରେ ନିର୍ବାଚନୀ ସମାବେଶରେ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଯୋଗଦେଇ ସଭାକୁ ସମ୍ବୋଧିତ କରିବେ । ସେହିପରି ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭଦ୍ରକ ରାଣୀତାଲ ନିକଟସ୍ଥ ମଇତାପୁର ପଡ଼ିଆରେ ଯୋଗଦେଇ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ଶରତ ପଟ୍ଟନାୟକ କହିଥିଲେ କେନ୍ଦ୍ର ସରକାର ଯେଉଁ ୩୦ ଲକ୍ଷ ଶିକ୍ଷିତ ଯୁବକଙ୍କୁ ଚାକିରି ଦେବା ବୋଲି କହିଥିଲା ତାହା କୁଆଡ଼େ ଗଲା । କଂଗ୍ରେସ ଚାଷୀଙ୍କ ପାଇଁ ବିଜେପି କୃଷକ ମାରଣ ନୀତିରେ ରହୁଥିବା ବେଳେ ଚାଷୀର ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯାଉନାହିଁ । କଂଗ୍ରେସ । କୃଷକଙ୍କ ଦୁଃଖ ବୁଝିବ ବୋଲି କହିଛି ।

ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯିବ ବୋଲି କଂଗ୍ରେସ କହୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଦଳର ଉପସଭାପତି ତାରା ବାହିନୀପତି ଯୋଗଦେଇ କହିଲେ, ଆଗାମୀ ଦିନରେ କଂଗ୍ରେସ ଉପରେ ଲୋକେ ବିଶ୍ୱାସ କରିଛନ୍ତି । କଂଗ୍ରେସ ଲୋକଙ୍କ ସହିତ ଅଛି । ବିଜେଡ଼ି ବିଜେପି ଗୋଟିଏ ଦକ । ଏମାନଙ୍କ ମଧ୍ୟରେ ଭିଚରି ସମପରକ ରହିଛି । ତେଣୁ ଏହି ଦୁଇ ଦଳକୁ କେହି ଭୋଟ ଦିଆତ୍ନୁ ନାହିଁ । କଂଗ୍ରେସକୁ ଭୋଟ ଦେଇ କ୍ଷମତାକୁ ଆଣିବାକୁ ଶ୍ରୀ ବହିନ ପତି କହିଥିଲେ ।

Related Articles

Back to top button