ଭୁବନେଶ୍ୱରରେ ବ୍ରାଣ୍ଡ ନାଁରେ ବିକ୍ରି ହେଉଛି ନକଲି ଔଷଧ: ଚାଲିଛି ମେଡିସିନ ଷ୍ଟୋରରେ ଚଢାଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନାମୀଦାମୀ କମ୍ପାନି ନାରେ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ । ଏହି ଅଭିଯୋଗ ପରେ ରାଜଧାନୀର ବିଭିନ୍ନ ମେଡିସିନ ଷ୍ଟୋରରେ ଡ୍ରଗ କଣ୍ଟ୍ରୋଲ ବିଭଗର ଚଢ଼ାଉ କରାଯାଇଛି । ରସୁଲଗଡ ସ୍ଥିତ ସ୍ବସ୍ତିକ ଡ୍ରଗ ହାଉସରେ ଚଢ଼ାଉ ମଧ୍ୟ ହୋଇଛି।
କଟକରେ ଏଭଳି ଅଭିଯୋଗ ଆସିବା ପରେ ଡ୍ରଗ କଣ୍ଟ୍ରୋଲ ବିଭାଗ ଏବେ ସକ୍ରିୟ ହୋଇଛି। ଟେଲମା-୪୦ ମେଡିସିନକୁ ନେଇ ଖୋଳତାଡ ଜାରି ରହିଛି । ପଚରାଉଚରା ଜାରି ରହିଥିବା ବେଳେ ଭିଯୋଗରେ କେତେ ସତ୍ୟତା ଅଛି ତାହା ତଦନ୍ତ ପରେ ଜଣାପଡ଼ିବ।

Related Articles

Back to top button