ମାର୍ଚ୍ଚ ୩୦ ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଭାରତର ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ପୂର୍ବ ରାଜ୍ୟଗୁଡ଼ିକ ପାଇଁ ପୁଣି ଥରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଭାରତ ପାଣିପାଗ ବିଭାଗ (ଆଇଏମଡି) ର ସର୍ବଶେଷ ତଥ୍ୟ ଅନୁଯାୟୀ ଏହି ସ୍ଥାନଗୁଡିକରେ ମାର୍ଚ୍ଚ ୩୦ ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ପୂର୍ବାନୁମାନ ଅନୁଯାୟୀ ମାର୍ଚ୍ଚ ୩୦ ରେ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ଉପରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ରାଜ୍ୟଗୁଡିକ ବ୍ୟତୀତ ଓଡିଶା, ଛତିଶଗଡ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ ମାର୍ଚ୍ଚ ୩୧ରେ ବର୍ଷା ହେବ ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏପ୍ରିଲ ୧ ରେ କେବଳ ଉତ୍ତରାଖଣ୍ଡରେ ମେଘୁଆ ପାଗ ହେବାର ସମ୍ଭାବନା ରହିଛି। ଆଇଏମଡି କହିଛି ଯେ ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ପ୍ରବଳ ପବନ ବହିପାରେ। ଆହୁରି ମଧ୍ୟ ବର୍ଷା ସମୟରେ କୁଆପଥର ମାଡ ହେବାର ସମ୍ଭାବନା ରହିଛି।

ଆଇଏମଡି ଏହାର ସତର୍କ ସୂଚନାରେ କହିଛି, ବଜ୍ରପାତ, ବର୍ଷା ଓ କୁଆପଥର ଯୋଗୁଁ ଲୋକ ଓ ପଶୁମାନଙ୍କ ଆଘାତ ହେବାର ସମ୍ଭାବନା ରହିଛି। ପ୍ରବଳ ପବନ ହେତୁ ଚାଳ ଘର ନଷ୍ଟ ହୋଇପାରେ । ଲୋକଙ୍କୁ ଏହି ସମୟ ମଧ୍ୟରେ ଖୋଲା ଆକାଶ ତଳେ ଯିବାକୁ ବାରଣ କରିବାକୁ କରାଯାଇଛି ।

Related Articles

Back to top button