
କାଳବୈଶାଖୀ ପାଇଁ ୧୭ ଜିଲ୍ଲାରେ ବିଜୁଳି ଘଡଘଡିସହ ବର୍ଷା ନେଇ ସତର୍କ ସୂଚନା ଜାରି
ଆଗାମୀ ୩ ଘଣ୍ଟାରେ କାଳବୈଶାଖୀର କରାଳ ତାଣ୍ଡବ ପାଇଁ ୧୭ ଜିଲ୍ଲା ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସନ୍ଧ୍ୟା ସମୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା, ବିଜୁଳି ସହ ଘଡଘଡି ହେବାର ସମ୍ଭାବନା ରହିଛି । ସେଥିପାଇଁ ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ନୟାଗଡ଼ ଏବଂ କଟକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବରଗଡ଼ ଏବଂ ଅନୁଗୁଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରେ ବର୍ଷା ଜାରି ରହିଛି । ଫଳରେ ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳିଛି । ତାପମାତ୍ରା ହ୍ରାସ ପାଇଛି ।