
ଓଡ଼ିଶାରେ ଏପ୍ରିଲ ୧ ଯାଏ ବର୍ଷା ସମ୍ଭାବନା
ଭୁବନେଶ୍ୱର: ୨୯ରୁ ଆଉ ଏକ ପଶ୍ଚିମାଝଡ। ଏହାର ପ୍ରଭାବରେ ରାଜ୍ୟରେ ୩୦ମାର୍ଚ୍ଚରୁ ୧ ଏପ୍ରିଲ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ତେବେ ମାର୍ଚ୍ଚ ୩୧ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧାରଣ ବର୍ଷା ସହ କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲାର କିଛି ଅଞ୍ଚଳରେ ଭାରି ବର୍ଷା ହୋଇପାରେ।
୨୯ ରୁ ନୂଆ ପଶ୍ଚିମାଝଡ ୩୦ ରୁ ପ୍ରଭାବ,
୩୧ ରେ ସର୍ବାଧିକ ପ୍ରଭାବ, ଝଡ଼-ପବନ, ଭାରି ବର୍ଷା ( ୭ ରୁ ୧୧ ସେମି) ସହ ବିଜୁଳି ଘଡଘଡି
୧ ଅପ୍ରେଲ ରେ ଝଡ଼-ପବନ ସହ ବିଜୁଳି ଘଡଘଡି pic.twitter.com/oVdCGiiAw7
— Meteorological Centre, Bhubaneswar (@mcbbsr) March 28, 2023
ସେହିପରି ଉତ୍ତରଉପକୂଳ ଓଡ଼ିଶାର ୬ ଜିଲା ସମେତ ମୟୁରଭଞ୍ଜ,କେନ୍ଦୁଝର,ଅନୁଗୋଳ,ଢେଙ୍କାନାଳ,ଖୋର୍ଦ୍ଧା ଏବଂ ବୌଦ୍ଧ ଜିଲାରେ ବର୍ଷା ସହ ଝଡ-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।