ରାଜା ଚକ୍ରଙ୍କ ସହ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଜଡିତ ଅଛନ୍ତି କହିଲେ ଆଇନ ମନ୍ତ୍ରୀ

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ପ୍ରକାଶ କରିଛନ୍ତି ଯେ, ଏକ ବଡ଼ ପରିବହନ ଦୁର୍ନୀତିରେ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଗିରଫ ହୋଇଥିବା ବିଜେଡି ନେତା ରାଜା ଚକ୍ରଙ୍କ ସହ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଜଡିତ ଅଛନ୍ତି।ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାରେ ତାଙ୍କୁ ଜେଲ ପଠାଯାଇଛି। ବର୍ତ୍ତମାନ ସେ ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ। ରାଜା ଚକ୍ରଙ୍କ ରିମାଣ୍ଡ କିମ୍ବା ଜାମିନ୍ ଆବେଦନ ହେଲାନି। ସେପଟେ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ରାଜା ଚକ୍ରଙ୍କ ଲିଙ୍କରେ ଅନେକ ବଡ ବଡିଆଙ୍କ ସମ୍ପୃକ୍ତି ରହିଛି। ଏଥିରେ ଯେଉଁମାନେ ବି ସାମିଲ୍‌ ଅଛନ୍ତି , ସେମାନଙ୍କୁ ଛଡାଯିବନି। ଆଇନ୍ ଅନୁସାରେ ସମସ୍ତେ ବନ୍ଧା ହେବେ। ଆମ ସରକାର କାହାକୁ ଛାଡି ନାହାନ୍ତି କି ଛାଡିବେନି।

Related Articles

Back to top button