ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ

ଭୁବନେଶ୍ୱର: ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜେନ୍ଦ୍ରଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ସୂଚନାନୁସାରେ, ଧାମନଗର ଉପନିର୍ବାଚନ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ରାଜେନ୍ଦ୍ର। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବିଜେଡି ଟିକେଟ୍‌ରୁ ବଞ୍ଚିତ ପରେ ରାଜେନ୍ଦ୍ର ଅସନ୍ତୁଷ୍ଟ ଥିଲେ। ତେବେ ତାଙ୍କୁ ଦଳର ବହୁ ନେତା ମନେଇବା ସତ୍ତ୍ୱେ ସେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ।

Related Articles

Back to top button