
ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୁଜିତ କୁମାର
ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଭାବେ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୩୦ଜଣ ବିଧାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏହା ପୂର୍ବରୁ ବିଜେପି ସଂସଦୀୟ ବୋର୍ଡ କମିଟି ରାଜ୍ୟସଭା ଉପନିର୍ବାଚନ ପ୍ରାର୍ଥୀ ଭାବେ ସୁଜିତ କୁମାରଙ୍କ ନାଁରେ ମୋହର ମାରିଥିଲେ ।ସୋମବାର ସୁଜିତ କୁମାରଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଵିଧିବଦ୍ଧ ଭାବେ ନାମ ଘୋଷଣା କରିଥିଲେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଥିଲେ, ସୁଜିତ କୁମାରଙ୍କ ନିକଟରେ ରାଜ୍ୟସଭାର ଅଭିଜ୍ଞତା ରହିଛି । ଏନେଇ ଦଳର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି। ଏଣେ ଆଜି ପୂର୍ବାହ୍ନରେ ସୁଜିତ କୁମାର ରାଜ୍ୟ ବିଜେପି କାର୍ୟ୍ୟା ଳୟରେ ପହଞ୍ଚି ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି । ଏହା ପରେ ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ସୁଜିତ କୁମାର ।ନାମାଙ୍କନ ଭରିବା ପୂର୍ବରୁ ସୁଜିତ କହିଥିଲେ, ପଶ୍ଚିମ ଏଵଂ ଦକ୍ଷିଣ ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ପଶ୍ଚିମ ଓଡ଼ିଶାରେ ରେଳପଥର ବିକାଶ ସହ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦିଆଯିବ। ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଟିକେଟ ଦେଇଥିବାରୁ ସେ ବିଜେପି ଦଳ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଵଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସୁଜିତ କୁମାର ଧନ୍ୟବାଦ୍ ଜଣାଇଥିଲେ।
ସୁଜିତ କୁମାର ଇସ୍ତଫା ଦେବା ପରେ ସେହି ଆସନ ଖାଲି ରହିଛି । ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ଗତ ସେପ୍ଟେମ୍ବର ୬ ତାରିଖରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟାଏ ଆସନ ଖାଲି ପଡ଼ିଛି । ସେ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ପୂର୍ବରୁ ମମତା ମହନ୍ତ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଏହା ପରେ ପୁଣି ଥରେ ସେ ବିଜେପି ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ । ମମତା ମହାନ୍ତଙ୍କ ଭଳି ବିଜେପି ପୁଣି ଥରେ ସୁଜିତଙ୍କୁ ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଛି । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ହିଁ ରାଜ୍ୟସଭାକୁ ଯିବା ସୁନିଶ୍ଚିତ ।