ରାମଚନ୍ଦ୍ରବେହେରା ହତ୍ୟା ମାମଲା : ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ବହୁଚର୍ଚ୍ଚିତ ଘସିପୁରା ନିର୍ବାଚନ ମଣ୍ଡଳୀ ଧକୋଠା ଗାଁର ରାମଚନ୍ଦ୍ରବେହେରା ହତ୍ୟା ମାମଲାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପାଇଛି। ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର ଆନନ୍ଦପୁର ଏଡିଜେ କୋର୍ଟ ସଞ୍ଜୟ ପୃଷ୍ଟି, ଅଜିତ ପୃଷ୍ଟି, ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି ଓ ଦୋଳ ବୋଇତେଇ ପ୍ରମୁଖ ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ। ତତ୍କାଳୀନ ନାବାଳକ ଥିବା ଜଣେ ନାବାଳକକୁ କେନ୍ଦୁଝର ଜୁଭେନାଲ ଜଷ୍ଟିସ ବୋର୍ଡରେ ଅଧୀନରେ ରହିଛି।

ସୂଚନା ଯୋଗ୍ୟ ଯେ, ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ରାତି ୧୦ ଟାରେ ଘରୁ ଡାକିଆଣି ସଙ୍ଘବଦ୍ଧ ଭାବେ ହାତ ଗୋଡ ହାଣି ରାମଚନ୍ଦ୍ର ବେହେରାଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ସେତେବେଳେ ଏହି ଘଟଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

Related Articles

Back to top button