ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ଅଭଡା ଯୋଜନାରେ ରାମ୍ପ ଓ ବ୍ୟାରିକେଡ କରାଯିବ

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ଅଭଡା ଯୋଜନାରେ ରାମ୍ପ ଓ ବ୍ୟାରିକେଡ କରାଯିବ। ସେଥିପାଇଁ ଓ ବି ସି ସି(OBCC) ଦ୍ବାରା ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର ଡାଏଗ୍ରାମ୍। ଯାହା ଛତିଶା ନିଯୋଗ ବୈଠକରେ ସର୍ବସମ୍ମତ କ୍ରମେ ସ୍ବାଗତ କରାଯାଇଥିଲା। ଆଗାମୀ କାର୍ତ୍ତିକ ମାସ ପରେ ଏହି ରାମ୍ପ ଓ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ମହିଳା ଭକ୍ତ, ଦିବ୍ଯାଙ୍ଗ, ବୟୋବୃଦ୍ଧ ଓ କୁନି କୁନି ପିଲାଙ୍କ ପାଇ ସ୍ବତନ୍ତ୍ର ଧାଡିରେ ବ୍ୟବସ୍ଥା କରାଯିବ ସମସ୍ତ ଭକ୍ତ ସାତପାହାଚ ବାଟରେ ପ୍ରବେଶ କରି ଦର୍ଶନ କରିବା ପରେ ଘଣ୍ଟି ଦ୍ବାରରେ ପ୍ରସ୍ଥାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ସେପଟେ ଧର୍ମମାସ କାର୍ତ୍ତିକର ଶୃଙ୍ଖଳିତ ନିତିକାନ୍ତି ଦର୍ଶନ ଓ ବାଳଧୂପ ନୀତିକାନ୍ତି ସଠିକ ସମୟରେ ସମ୍ପନ୍ନ କରାଯିବ ।ଏୟାରକଣ୍ଡିସନ ବ୍ୟବସ୍ଥା କରାଯିବ। ସରକାରୀ ପଞ୍ଜିକରଣ ହବିଷ୍ୟାଳୀ ଯେଉଁ ଧାଡିରେ ଯିବେ ସେହି ଧାଡିରେ ଅଣପଞ୍ଜୀକୃତ ବା ବିଭିନ୍ନ ମଠ ମନ୍ଦିର ଓ ଘର ଭଡାରେ ରହୁଥିବା ହବିଷ୍ୟାଳୀ ମାନେ ସେହି ଧାଡିରେ ଯିବେ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଏସ୍ ପି।

Related Articles

Back to top button