ପାରାଦୀପ ଗଣଦୁଷ୍କର୍ମ ପୀଡ଼ିତା ଜଗତସିଂପୁର ଗଡ଼କୁଜଙ୍ଗରୁ ଉଦ୍ଧାର

ପାରାଦୀପ: ପାରାଦୀପରେ ୧୭ ବର୍ଷୀୟା ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲା ଦୈନିକ ନୂଆ ମୋଡ଼ ନେଉଛି । ଏହି ମାମଲାରେ ଅଭିଯୁକ୍ତ ଜଣକ ଗିରଫ ପରେ ପୀଡ଼ିତା ଶନିବାର ଠାରୁ ନିଖୋଜ ଥିଲେ। ସୋମବାର ସକାଳେ ପୀଡ଼ିତାଙ୍କୁ ଗଡ଼ କୁଜଙ୍ଗରୁ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ନାବାଳିକାଙ୍କ ବାପା ଶନିବାର ଠାରୁ ନିଖୋଜ ଥିବା ନେଇ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ ।

ପୀଡ଼ିତାଙ୍କୁ ଖୋଜିବା ପାଇଁ ଜଗତସିଂପୁର ପୋଲିସର ଏକ ସ୍ପେଶାଲ ଡ୍ରାଇଭ ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ଅଗଷ୍ଟ ୨୭ରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ଶିକାର ହୋଇଥିଲେ । ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା।

ସୂଚନାଯୋଗ୍ୟ, ପୀଡ଼ିତା ତାଙ୍କ ଘର ଠାରୁ ୩ ରୁ ୪ କିଲୋମିଟର ଦୂରରେ ଥିବା ମାମୁଁ ଘରକୁ ଯାଉଥିଲେ । ରାସ୍ତାରେ ଅଭିଯୁକ୍ତ ସ୍କୁଲ ଗାଡ଼ି ଡ୍ରାଇଭର ଅଭିଯୁକ୍ତ ଜଣକ ଏକ କାରରେ ଆସି ପୀଡ଼ିତାଙ୍କୁ ଉଠାଇ ନେଇ ଏକ ବସ୍ତିରେ ରଖିଥଲା।

ଚାରି ଦିନ ଧରି ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ପରିବାର ଲୋକେ ଏତଲାରେ ଉଲ୍ଲେଖ କରିଥିବା ଜଣାପଡ଼ିଛି ।

ପରିବାର ଲୋକେ ସଫେଇ ଦେଇଛନ୍ତି ଯେ, ଝିଅ ପାଖରେ ମୋବାଇଲ ଫୋନ୍ ନଥିବାରୁ ସେମାନେ ତାର ଖବର ପାଇନଥିଲେ । ସେ ମାମୁ ଘରେ ପହଞ୍ଚିଛି କି ନାହିଁ ଜଣାପଡ଼ିନଥିଲା ।

Related Articles

Back to top button