ଦଳ ଛାଡ଼ିଲେ ସମ୍ବଲପୁର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ

ଦଳ ଛାଡ଼ିଲେ ସମ୍ବଲପୁର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ଏହା ସହ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି । ଦଳର ସୁପ୍ରିମୋ ନୀବନ ପଟ୍ଟନାୟକଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି ।

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇସ୍ତଫା ଦେବା ପଛର କାରଣ କହିଛନ୍ତି । ସେ କହିଛନ୍ତି, ‘ସମ୍ବଲପୁରର ସ୍ୱାଭିମାନ ଏବଂ ଅସ୍ମିତା ପାଇଁ ବିଜେଡି ଛାଡିଛି । ବିଧାୟିକା ଥିବା ବେଳେ ସମ୍ବଲପୁର ପାଇଁ ବହୁତ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ୨୦୧୯ରୁ ୨୦୨୪ ବିଧାୟିକା ନଥିଲେ ମଧ୍ୟ ଦଳର ସଙ୍ଗଠନକୁ ଆହୁରି ସୁଦୃଢ କରୁଥିଲି । ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର । ବିଜେଡି ଯାହାକୁ ଅଯୋଗ୍ୟ ବୋଲି କହିଥିଲା ତାଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଛି । ସମ୍ବଲପୁରରେ କଣ ନେତା ନାହାନ୍ତି ଯେ, ବାହାରୁ ନେତା ଆଣି ପ୍ରାର୍ଥୀ କରିବେ । ସମ୍ବଲପୁରର ଗାରିମା ନଷ୍ଟ ହେଉଛି । ସମାଜସେବା କରୁଥିଲି, କରୁଛି, କରୁଥିବି । ଆଗାମୀ ଦିନରେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ରଷିବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରିଛନ୍ତି । ଏହା ସହ କୌଣସି ଦଳକୁ ଯିବେନାହିଁ କି ପ୍ରାର୍ଥୀ ହେବେ ନାହିଁ ବୋଲି କହିଛନ୍ତି ରାସେଶ୍ୱରୀ ।

Related Articles

Back to top button