
ପ୍ରତ୍ୟେକ ରଥରେ ଚାରଟି ଲେଖାଁଏ ମୋଟ୍ ୧୨ଟି ନାହାକା ଉଠାଯାଇଛି
ଜୁନ୍ ୨୨ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାଜେନ୍ଦ୍ରଭିଷେକ ନୀତି । ଶ୍ରୀମନ୍ଦିରରେ ଆଜି ଶୃଙ୍ଖଳିତ ନୀତିକାନ୍ତୀ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ରୁକ୍ମଣୀ ହରଣ ଏକାଦଶୀ ମଧ୍ୟ ଅନୁଷ୍ଠିତ ହେବାକୁ ରହିଛି ।ସେପଟେ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଆଜି ୩ ରଥର ଚାରି ନାହାକା ଉଠିଛି । ପ୍ରତ୍ୟେକ ରଥରେ ଚାରଟି ଲେଖାଁଏ ମୋଟ୍ ୧୨ଟି ନାହାକା ଉଠାଯାଇଛି । ଯଥା ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଶ୍ୱକର୍ମା ମହାରଣା କହିଛନ୍ତି ।