ନିର୍ମାଣାଧୀନ ତିନିରଥରେ ତାଗବାଡ଼ିଆ ଶେଷ

ପୁରୀରେ ନିର୍ମାଣାଧୀନ ତିନିରଥରେ ସୋମବାର ତାଗବାଡ଼ିଆ ଶେଷ ହୋଇଛି । ବେଦୀ ପଛପଟେ ପଟା ବାଡ଼ିଆଯାଇଛି। ଭୂଇଁ ପାଖୁଡ଼ାରେ ନାହାକା ଲଗାଯାଇଛି। କଇଁଚି ସହ ଦୁଇ ଖମ୍ବି ଏବଂ ପାଖୁଡ଼ାଗୁଡ଼ିକୁ ସଂଯୋଗ କରାଯାଇଛି। ତିନିରଥ ପାଇଁ ୧୨ଟି ଧ୍ବଜାବତା ନିର୍ମାଣ ସମେତ ତିନୋଟି ଦୁଆରବେଢ଼ା ନିର୍ମାଣ ସରିଛି। ଚାର ପାରୁଛ ଓ ଆଗଆଣି କତରା ବାଡ଼ାଯାଇଛି। ଖପୁରି ଓ ପାରାଭାଡ଼ିକୁ ମିଶାଇ ତେରପରସ୍ତ ପୋଟଳ ନିର୍ମାଣ ଶେଷ ହୋଇଛି। ପାରାଭାଡ଼ି ରଙ୍ଗ କରାଯିବା ପରେ ରଥ ଉପରେ ପୋଟଳ ଲଦାଯାଇଛି। ମଙ୍ଗଳବାର ତିନିରଥରେ ପୋଟଳ ସହ ପାରାଭାଡ଼ି ସଂଯୋଗ କରାଯିବ। ରୂପକାର ସେବକ ନାଟଗୋଡ଼ ଓ ପଟା ଗୁଜରେ ଖୋଦେଇ କରୁଛନ୍ତି। ଚିତ୍ରକାରଙ୍କ ଦ୍ବାରା ପାର୍ଶ୍ବ ଦେବଦେବୀଙ୍କ ସମେତ ନାଟଗୋଡ଼, ସିଂହାସନ, ଅଁଳା ଓ ଚକଗୁଡ଼ିକୁ ରଙ୍ଗ କରାଯାଉଛି। ଦରଜି ସେବକ ତିନିରଥର ଦୁଆରବେଢ଼ା ପାଇଁ କନା କାଟୁଛନ୍ତି। ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ବାରା ବେଦୀପଟା ବାଡ଼ିଆ ପାଇଁ କଣ୍ଟା ପ୍ରସ୍ତୁତ କରାଯାଉଛି।

Related Articles

Back to top button