ରଥରେ ତୃତୀୟ ଭୂଇଁ ସଂଯୋଗ

ପ୍ରତି ରଥରେ ୪ଟି ଲେଖାଏ ଧ୍ବଜାବତା ଲଗାଯାଇଛି। କଳସ ପେଣ୍ଡି ଏବଂ କନକମୁଣ୍ଡି ନିର୍ମାଣ ଶେଷ ହୋଇଛି

ନିର୍ମାଣାଧୀନ ତିନିରଥରେ ଶୁକ୍ରବାର ତୃତୀୟ ଭୂଇଁ ସଂଯୋଗ କରାଯାଇଛି। ପ୍ରତି ରଥରେ ୪ଟି ଲେଖାଏ ଧ୍ବଜାବତା ଲଗାଯାଇଛି। କଳସ ପେଣ୍ଡି ଏବଂ କନକମୁଣ୍ଡି ନିର୍ମାଣ ଶେଷ ହୋଇଛି। ଦୁଆର ବେଢାରେ ମଗରମୁଖ ପଟା ଲଗାଯାଇଛି। ବଡ଼ଧରା ପୋଟଳ ସଂଯୋଗ କରାଯାଇଛି। ଦରଜି ସେବକ ରଥକଳା ସିଲାଇ ଅନୁକୂଳ କରିଛନ୍ତି। ରୂପକାରମାନେ ଦୁଆରବେଢା ସମେତ ରଥ ସିଂହାସନରେ ଖୋଦେଇ କରୁଛନ୍ତି। ଚିତ୍ରକାରଙ୍କ ଦ୍ବାରା ପାର୍ଶ୍ବ ଦେବଦେବୀ ଏବଂ ସଖୀ ମାନଙ୍କୁ ରଙ୍ଗ କରାଯାଉଛି। ଅସ୍ଥାୟୀ କମାରଶାଳରେ ଓଝା ସେବକ କଣ୍ଟାକବ୍‌ଜା ପ୍ରସ୍ତୁତ କରୁଛନ୍ତି।

Related Articles

Back to top button