ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା, ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ: ଆଜି ପବିତ୍ର ଘୋଷଯାତ୍ରା। ଦୁଇ ବର୍ଷ ପରେ କରୋନା କଟକଣା ହଟିଥିବାରୁ ବଡ଼ଦାଣ୍ଡରେ ଭକ୍ତ ଏବଂ ଭଗବାନ ଏକାକାର ହୋଇଯାଇଥିବା ଭଳି ଦୃଶ୍ୟମାନ ହେଉଛି। ପହଣ୍ଡି, ଛେରାପହଁରା ପରେ ରଥଟଣା କାର୍ଯ୍ୟ ଜାରି ରହିଛି। ଭକ୍ତିମୟ ପରିବେଶରେ ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ରଥ। ତେବେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପଛରେ ରହିଛିି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଏହାପରେ ପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବସି ଗହଳି ଲଗାଇ ଆସୁଛନ୍ତି।

ପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରାକୁ ନେଇ ପୁରୀ ଉତ୍ସବମୁଖର ହୋଇ ଉଠିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Related Articles

Back to top button