
ସକାଳ ସାଢେ ୯ରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା
ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି
ପୁରୀ: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ଶ୍ରଦ୍ଧାଳୁ। ତେବେ ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।
ନୀତି ର୍ନିଘଣ୍ଟ ଅନୁଯାୟୀ, ଶୁକ୍ରବାର ସକାଳ ୬ଟାରେ ମଙ୍ଗଳ ଆଳତୀ ହେବ। ଏହା ପରେ ୭ଟାରେ ଅବକାଶ ନୀତି, ୮ଟାରେ ସକାଳ ଧୂପ ନୀତି ହେବ। ଏହାପରେ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳର୍ପଣ ହେବ। ୯ଟା ୩୦ରେ ପହଣ୍ଡି ହେବ। ୧୨ଟା ୩୦ରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହେବ। ଏହାପରେ ୧ଟା ୩୦ରେ ଚିତା ଲାଗି ହେବ। ୨ଟା ୩୦ରେ ଗଜପତି ଛେରା ପହଁରା କରିବେ। ୩ଟାରେ ଚାରମାଳ ଓ ଘୋ ଲାଗିବ। ୪ଟାରେ ରଥଟଣା ହେବ।