ଚଳଚଞ୍ଚଳ ରଥଖଳା : ୩ ରଥ ପାଇଁ ୨୪ଟି ତୁମ୍ବ ବୋଳା କାମ ଶେଷ

ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ରଥ ନିର୍ମାଣ ପାଇଁ ରଥଖଳା ଚଳଚଞ୍ଚଳ ହୋଇପଡିଛି । ୩ ରଥ ପାଇଁ ୨୪ଟି ତୁମ୍ବ ବୋଳା କାମ ଶେଷ ହୋଇସାରିଥିବାବେଳେ ଆଉ ୧୮ଟି ତୁମ୍ବ ବୋଳା ତିଆରି କରାଯିବ । ୩ ରଥ ପାଇଁ ୪୨ ତୁମ୍ବ ବୋଳା ଦରକାର ହୋଇଥାଏ । ନିର୍ମାଣ ହୋଇ ସାରିଥିବା ୨୪ଟି ତୁମ୍ବରୁ ବଡ଼ ଭାଇ ବଳଭଦ୍ରଙ୍କର ତାଳଧ୍ବଜ ରଥର ୮ଟି, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥର ୮ଟି ଓ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୮ଟି ତୁମ୍ବ ବୋଳା କାମ ଶେଷ ହୋଇଛି । ମହାରଣାଙ୍କ ଦ୍ବାରା ରଥ କଥାରେ ଗୋଲେଇ କରାଯିବା ସହ ମାଠ କରାଯାଇଛି। ଏହାପରେ ସେଥିରେ ବିନ୍ଧ କରାଯାଇଥାଏ । କମାରଶାଳରେ ଥିବା ସେବକମାନେ ରଥ ନିର୍ମାଣ ପାଇଁ କଣ୍ଟା କବ୍‌ଜା ତିଆରି କରିଥାନ୍ତି ।

Related Articles

Back to top button