ରାସନ କାର୍ଡର ସୁବିଧାରୁ ବାଦ୍‌ ପଡ଼ିବେ E-KYC କରିନଥିବା ହିତାଧିକାରୀ

ଖୁବଶୀଘ୍ର ସରିବ ରାସନ କାର୍ଡ E-KYC ପ୍ରକ୍ରିୟା। ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କୁ ରାସନ କାର୍ଡର ସୁବିଧାରୁ ବାଦ୍‌ ଦିଆଯିବ । ଜୁନ୍‌ରେ ଏହି ପ୍ରକ୍ରିୟା ଶେଷ ହେବ । ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାସନ କାର୍ଡର ସୁବିଧା ପାଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧାରୁ ବାଦ୍‌ ଦେବା ପାଇଁ ସରକାରଙ୍କ ପକ୍ଷରୁ E-KYC ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଯାହା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ସେମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ । ଏହି E-KYC ପ୍ରକ୍ରିୟା ୯୫ ପ୍ରତିଶତ ହିତାଧିକାରୀ କରିଛନ୍ତି । ଏହି ପ୍ରକ୍ରିୟା ମାଧ୍ୟମରେ ୨୦ ଲକ୍ଷ ହିତାଧିକାରୀ ବାଦ୍‌ ପଡିପାରନ୍ତି ।ଏନେଇ ମନ୍ତ୍ରୀ ମଧ୍ୟ କହିଛନ୍ତି,” ରାଜ୍ୟରେ ନୂଆ ସରକାର ଶାସନ କରୁଛନ୍ତି । ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯିବ । ଯାହା ୧୩ ବର୍ଷ ଧରି ରାଜ୍ୟରେ ନୂଆ ରାସନ କାର୍ଡ ଦିଆଯାଉନଥିଲା । ନୂଆ ସରକାରଙ୍କ ଉପରେ ଆଶା ଓ ଭରଷା ରଖି ୧୭ ଲକ୍ଷ ହିତାଧିକାରୀ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଥିଲେ । ୬ ଲକ୍ଷ ରାସନ କାର୍ଡ ପ୍ରଦାନ କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ଆବେଦନ ସହ କାର୍ଡ ମଧ୍ୟ ଦିଆଯାଉଛି । ବାକି ଆଉ ୧୫ ଲକ୍ଷ କାର୍ଡ ଆପ୍ରୁଭ ସରିଛି । ତୁରନ୍ତ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ସାମିଲ କରାଯିବ ।

Related Articles

Back to top button