ସ୍ୱଳ୍ପ ବେତନ ଭୋଗୀ କମ୍ ଦରମା ପାଉଥିଲେ ରାସନ କାର୍ଡ ଫେରାଇବେ ନାହିଁ ।
ଦରମା କମ୍ ଥିଲେ କଟିବ ନାହିଁ ‘ରାସନ କାର୍ଡ’ ଏପରିକି କଣ୍ଟ୍ରାଚୁଆଲ ସରକାରୀ ଚାକିରି କରି ୧୦ ରୁ ୧୨ ହଜାର ଟଙ୍କା ପାଉଥିଲେ ମଧ୍ୟ କଟିବନି ରାସନ କାର୍ଡ । ଏନେଇ ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ସ୍ୱଳ୍ପ ବେତନ ଭୋଗୀ କମ୍ ଦରମା ପାଉଥିଲେ ରାସନ କାର୍ଡ ଫେରାଇବେ ନାହିଁ । ଗ୍ରାମୀଣ ଅଞ୍ଚଳରେ ୧୦ ହଜାର ରୋଜଗାର ଥିଲେ ରାସନ କାର୍ଡ ବ୍ୟବହାର କରିପାରିବେ ହିତାଧିକାରୀ । ହେଲେ ଯଦି ଜଣେ ବ୍ୟକ୍ତିଙ୍କ ଆୟ ୧୫ ହଜାରରୁ ଅଧିକ ତେବେ ସେ ରାସନ କାର୍ଡ ଫେରାଇବେ । ୨୦ ହଜାର ସରକାରୀ କର୍ମଚାରୀ ରାସନ କାର୍ଡ ଫେରାଇ ସାରିଥିବା ନେଇ ସୂଚନା ରହିଛି ।