‘ବିରିୟାନି’ ପାର୍ଟିରେ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ: ପୋଲିସର ଲାଠିଚାର୍ଜ
ଭୁବନେଶ୍ୱର: ସୂର୍ଯ୍ୟପରାଗରେ ବିରିୟାନି ଖାଇଥିଲେ, ଆଜି ଚନ୍ଦ୍ରଗ୍ରହଣରେ ବି ଖାଉଛନ୍ତି । ଆଉ ଏହାକୁ ନେଇ ଗ୍ରହଣ ନୀତି ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ। ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୁବନେଶ୍ବର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି।
ଆଜି ଚନ୍ଦ୍ରଗ୍ରହଣ ସତ୍ତ୍ୱେ ହେତୁବାଦୀମାନେ ରାଜରାସ୍ତାରେ ସାମୁହିକ ଭୋଜନ କରୁଛନ୍ତି । ହେତୁବାଦୀ ବିରିୟାନୀ ଖାଇବାକୁ ଏକତ୍ର ହୋଇଥିଲେ। ଏହି ସମୟରେ ହିନ୍ଦୁ ସଂଗଠନ ବିରୋଧ କରିଥିଲା। ରାଜଧାନୀର ଲୋହିଆ ଏକାଡେମୀରେ ଉଭୟ ପକ୍ଷ ଧସ୍ତାଧସ୍ତି ହୋଇଛନ୍ତି। ଖାଦ୍ୟ ପରସା ସ୍ଥାନରେ ଉତ୍ତେଜନା ବଢିବାରୁ ଉପସ୍ଥିତ ପୋଲିସ ଲାଠିଚାର୍ଜ କରିଥିଲା। ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ବ୍ରାହ୍ମଣ ସମାଜ ହେତୁବାଦୀଙ୍କ ବିରିୟାନୀ ଖାଇବାକୁ ବିରୋଧ କରିଥିଲେ। ଏପରିକି ସେମାନଙ୍କ ଉପରକୁ ଗୋବର ଫୋପାଡିଥିଲେ। ହିନ୍ଦୁ ଧର୍ମ ଅନୁସାରେ ପରାଗ ଓ ଗ୍ରହଣର ସ୍ୱତନ୍ତ୍ରତା ରହିଛି। ହିନ୍ଦୁ ଧର୍ମର ହୋଇ ହେତୁବାଦୀ ସର୍ବସାଧାରଣରେ ଗ୍ରହଣ ଦିନ ବିରିୟାନୀ ଖାଇବା ଗ୍ରହଣୀୟ ନୁହେଁ ବୋଲି ହିନ୍ଦୁ ସଙ୍ଗଠନ କହିଛନ୍ତି। ଘଣ୍ଟ ବାଡେଇ ଶ୍ରୀରାମ ନାରା ଦେଇଥିଲେ ହିନ୍ଦୁତ୍ୱବାଦୀ।