
ରତ୍ନଭଣ୍ଡାର ଯାଞ୍ଚ ଓ ସୁରକ୍ଷା ପାଇଁ ଆସନ୍ତା ୬ ତାରିଖରେ ଆୟୋଜିତ ହେବ ଏକ ଉଚ୍ଚସ୍ତରୀୟ ବୈଠକ
ରତ୍ନଭଣ୍ଡାର ଯାଞ୍ଚ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ନୂତନ ଯାଞ୍ଚ କମିଟିି। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି। ଗଠିତ କମିଟିରେ ସର୍ବମୋଟ ୧୬ଜଣ ସକ୍ରିୟ ସଦସ୍ୟ ରହିଛନ୍ତି। ତେବେ ଏହି କମିଟି ମଧ୍ୟରେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରତିନିଧି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପୁରୀ ଜିଲ୍ଲାପାଳଙ୍କ ପ୍ରତିନିଧି, ଏସଆଇ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କ ସହିତ ସମାଜର ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଆସନ୍ତା ୬ ତାରିଖରେ ଏହି କମିଟିର ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହେବ। ଏହି ବୈଠକରେ ବିଶେଷ ଭାବରେ କମିଟି ରତ୍ନ ଭଣ୍ଡାରର ସୂରକ୍ଷା ଓ ରତ୍ନ ଗଣତି ଉପରେ ପ୍ରାଥମିକତା ରହିବ ବୋଲି କହିଛନ୍ତି କମିଟି ସଦସ୍ୟ ହରିହର ହୋତା। ତେବେ ଏହି ରତ୍ନ ଗଣତି କାର୍ଯ୍ୟ ୧୫ଦିନରୁ ଉର୍ଧ ସମୟ ଲାଗିବ ବୋଲି ସୈମେନ୍ଦ୍ର ମୁଦଲି ପ୍ରତିକ୍ରିୟା ଦେଇଛନ୍ତି।