ଏପ୍ରିଲ ୨୯ରୁ ଜୁନ୍‌ ୨୭ ଯାଏଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ

ଏପ୍ରିଲ ୨୯ରୁ ଜୁନ୍‌ ୨୭ ଯାଏଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ । ଏନେଇ ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବୈଠକ ଅନୁଷ୍ଠିତ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଏପ୍ରିଲ ୨୯ରୁ ଜୁନ୍‌ ୨୭ ତାରିଖ ପର୍ଯ୍ୟନ୍ତ ଅକ୍ଷୟ ତୃତୀୟା, ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଆଦି ମହାପ୍ରଭୁଙ୍କର ବିଭିନ୍ନ ନୀତି ସମ୍ପନ୍ନ ହେବ । ତେଣୁ ଏହି ସମୟରେ ମରାମତି କାମ ବନ୍ଦ ରହିବ । ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ପୂର୍ଣ୍ଣାଙ୍ଗ ମରାମତି ଶେଷ ପାଇଁ ଆଉ କିଛି ଦିନ ସମୟ ଲାଗିବ ।

Related Articles

Back to top button