
ମହାପ୍ରଭୁଙ୍କ ନୀତି ପାଇଁ ବୁଧବାର ରତ୍ନଭଣ୍ଡାର ମରାମତି କାମ ରହିବ ବନ୍ଦ
ବୁଧବାର ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ । ମହାପ୍ରଭୁଙ୍କ ଦିବା ପହୁଡ ନୀତି ପାଇଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ ବୋଲି ଏଏସଆଇ ଅଧିକ୍ଷକ ଡିବି ଗଡନାୟକ ସୂଚନା ଦେଇଛନ୍ତି । ମରାମତି ପାଇଁ ପ୍ରାୟ ୨୦ ଫୁଟ ଉଚ୍ଚର ଲୁହାର ଭାର ବନ୍ଧା ଯାଇଛି । ଭାରା ବ୍ୟବହାର କରି କାନ୍ଥ, ଛାତ ଓ ବିଭିନ୍ନ ଫାଟ ମରାମତି କରାଯିବ । ଫାଟ ମରାମତି କରିବା ପାଇଁ ଏଏସଆଇ ଦ୍ବାରା କୁଶଳୀ କାରିଗର ନିଯୁକ୍ତ ହୋଇଛନ୍ତି ।