
ଆସନ୍ତା ୨୮ତାରିଖରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣି ଆରମ୍ଭ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଆସନ୍ତା ୨୮ତାରିଖରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣି ଆରମ୍ଭ ହେବ । ଏନେଇ ସୂଚନା ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏବେ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ । ଆସନ୍ତା ୨୮ରୁ ଆରମ୍ଭ ହେବ ହେଲେ କେବେ ମରାମତି ସରିବ ମୁଁ କହିବା ଠିକ ହେବନି । ଅନ୍ୟପଟେ ଆହୁରି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି ଜଳଲାଗି ବେଳେ ଅଣସେବାୟତ ଥିଲେ ବୋଲି ସୂଚନା ରହିଛି ଯଦି ଏହା ସତ କି ସ୍ନାନ ମଣ୍ଡପରେ ଥିବାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଭିଡିଓ ଚିତ୍ର ଦେଖି ଚିହ୍ନଟ କରାଯିବ । ମାତ୍ର ମହାପ୍ରଭୁଙ୍କ ନୀତିକାନ୍ତି, ପହଣ୍ଡି ଶୃଙ୍ଖଳିତ ଭାବେ ହୋଇଛି ବୋଲି ଶ୍ରୀ ପାଢୀ କହିଛନ୍ତି ।