ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ
ଭିଜିଲାନ୍ସ ଜାଲରେ ଡିଏଫଓ । ରାୟଗଡା ଡିଏଫଓ ବିଜୟ କୁମାର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଟିମ୍ । ଏକକାଳୀନ ସାତୋଟି ସ୍ଥାନରେ ରେଡ ଚାଲିଛି। ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି ।
ରାୟଗଡାରେ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍ ହେଉଛି। ଭିଜିଲାନ୍ସର ୫ ଜଣିଆ ଟିମ୍ ଛାନଭିନ୍ କରୁଛନ୍ତି । ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି । ଚଢାଉ ବେଳେ ବିଭିନ୍ନ ବୀମା ରସିଦ, ବଣ୍ଡ ଓ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଛି ତଦନ୍ତକାରୀ ଦଳ ।