ଟେଣ୍ଡର ଜାଲିଆତି ପାଇଁ ରାୟଗଡ଼ା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନିଲମ୍ୱିତ

ରାୟଗଡ଼ା: ରାୟଗଡ଼ା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଯମୁନା ବେହେରା ନିଲମ୍ୱିତ । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ୱିତ କରାଯାଇଥିବା କୁହାଯାଇଛି। କାର୍ଯ୍ୟରେ ଅବହେଳା ଓ ଅନିୟମିତତା ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି। ଯାହାକି ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ସସପେଣ୍ଡ ପରେ ତାଙ୍କୁ ଭୁବନେଶ୍ବର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ହେଡକ୍ୱାଟର୍ସକୁ ବଦଳି କରାଯାଇଛି। ସେ ରାୟଗଡ଼ା ଡିଭିଜନ -୧ ରେ କାର୍ଯ୍ୟରତ ଥିଲେ। ମୁଖ୍ୟତଃ ଟେଣ୍ଡର ଜାଲିଆତି ଓ ଏହାର ତଦନ୍ତକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି ।

Related Articles

Back to top button