
ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ରେଡ୍
ଆଳୁ ଦର ବଢ଼ିବା ପରେ ରାଜଧାନୀ ମାର୍କେଟରେ ରେଡ୍। ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢଉ ଚାଲିଛି। ଆଳୁ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗରେ ରେଡ୍ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ ରେଡ୍ ହୋଇଛି। ୪ ନମ୍ବର ମାର୍କେଟର କିଛି ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ହୋଇଛି।ସୂଚନାଯୋଗ୍ୟ ଯେ, ଆଳୁ ଦର ଚଢ଼ା ଦରରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ଯାହାକୁ ନେଇ ଆଜି ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ରେଡ୍ ହୋଇଛି। ରାଜଧାନୀର ୟୁନିଟ-୧, ୟୁନିଟ-୪, ଆଇଗିଣିଆ ଆଳୁ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ହୋଇଛି। ଆଳୁ ବିକ୍ରି ବେଳେ ଦୋକାନରେ ରେଟ୍ ଚାର୍ଟ ମରାଯାଇନଥିବା ଅଭିଯୋଗରେ ଯୋଗାଣ ବିଭାଗ ଆକ୍ସନ ମଧ୍ୟ ନେଇଛି।