ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡି ରେଗୁଲାର କର୍ମଚାରୀଙ୍କୁ ମିଳିବ ସଂଶୋଧିତ ବେତନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ ବୋଲି ଗତ ଅକ୍ଟୋବର ମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହାପରେ ୧୬ ତାରିଖ ଦିନ ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡିରେ କାର୍ୟ୍ୟ କରୁଥିବା କର୍ମଚାରୀମାନେଙ୍କର ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରାଯାଇ ନିୟମିତ କରାଯିବ ବୋଲି କୁହାଯାଇଥିଲା ।

ତେବେ ରେଗୁଲାର କର୍ମଚାରୀମାନେ ଏବେ କେତେ ଦରମା ପାଇବେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ । ସ୍ଥାୟୀ ନିଯୁକ୍ତି ପାଇଁ ତିନି ବର୍ଗର କମର୍ଚାରୀଙ୍କୁ ସଂଶୋଧିତ ଦରମା ମିଳିବ । କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆଧାରରେ ନୂତନ ବେତନ ହାର ଧାର୍ୟ୍ୟ ନିମନ୍ତେ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାପଡ଼ିଛି ।

ଗତ ମାସ ୧୭ ତାରିଖରୁ ତିନି ବର୍ଗର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ ଘୋଷଣା କରାଯାଇଛି । ସେମାନଙ୍କର ଚୁକ୍ତିଭିତ୍ତିକ କାର୍ୟ୍ୟ ଦିବସକୁ ହିସାବ କରି ନୂତନ ଦରମା ହାର ପ୍ରଦାନ କରାଯିବ । ୬ ବର୍ଷିଆ ଠିକା ନିଯୁକ୍ତି ପାଇଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ତେବେ ଗ୍ରୁପ-ସି ଓ ଗ୍ରୁପ-ଡି ବର୍ଗର କମର୍ଚାରୀଙ୍କ ପ୍ରାରମ୍ଭିକ ନିଯୁକ୍ତି ୧୨.୧୧.୨୦୧୩ ପରେ ଓ ଗ୍ରୁପ-ବି କର୍ମଚାରୀଙ୍କ ନିଯୁକ୍ତି ୧୭.୦୧.୨୦୧୪ ହୋଇଥିବା ଆବଶ୍ୟକ ।

Related Articles

Back to top button