୫ ଓଏଏସ୍‌ ଅଫିସରଙ୍କୁ ବଦଳି ସହ ଅନ୍ୟତ୍ର ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ (ଓଡ଼ିଶା ପ୍ରଶାସନିକ ସେବା) ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ୫ ଓଏଏସ୍‌ ଅଫିସରଙ୍କୁ ବଦଳି ସହ ଅନ୍ୟତ୍ର ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ, ଭିମସାର ବୁର୍ଲାର କୁଳସଚିବ (ପ୍ରଶାସନ) ସୁବ୍ରତ କୁମାର ନାୟକଙ୍କୁ କଳାହାଣ୍ଡି ଏଡିଏମ୍‌ ଭାବେ ବଦଳି କରାଯାଇଛି। ସେହିପରି ଏସ୍‌ଟି, ଏସ୍‌ସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଡ. ଶ୍ବେତ କୁମାର ଦାଶଙ୍କୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଯୁଗ୍ମ ଆୟୁକ୍ତ (ଇଷ୍ଟେଟ) ଭାବେ ନିଯୁକ୍ତ କରାଯାଇଛି। ଏହାସହ ଅବକାରୀ ଯୁଗ୍ମ ଆୟୁକ୍ତ ଦିବ୍ୟଲୋଚନ ମହାନ୍ତଙ୍କୁ ଯାଜପୁର ଏଡିଏମ ଦାୟିତ୍ୱ ଦିଆଯାଇଛି। ସୁବର୍ଣ୍ଣପୁର ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁଜୁରଙ୍କୁ ଭିମସାର କୁଳସଚିବ (ପ୍ରଶାସନ) ଭାବେ ଅବସ୍ଥାପିତ କରାଯାଇଛି। ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ ରାଜ୍ୟ କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଉପସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

Related Articles

Back to top button