ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଓଡ଼ିଶା ବିଧାନସଭାରେ ଆସିବ ସଂକଳ୍ପ ପ୍ରସ୍ତାବ : ବାଚସ୍ପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଧାନସଭାରେ ଆସିବ ସଂକଳ୍ପ ପ୍ରସ୍ତାବ । ବିଧାନସଭାର ଶୂନ୍ୟ କାଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଆ ଝିଅ ରାଷ୍ଟ୍ରପତି ଭାବେ ସୋମବାର ଶପଥ ନେଇଛନ୍ତି । ଯାହା ଆମ ପାଇଁ ଗୌରବର ବିଷୟ । ଆଜି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ । ତେଣୁ ଏଥିପାଇଁ ବିଧାନସଭା ପକ୍ଷରୁ ସର୍ବ ସମ୍ମତି କ୍ରମେ ସଂକଳ୍ପ ପ୍ରସ୍ତାବ ଅଣାଯିବ ବୋଲି ବାଚସ୍ପତି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନ ବିଚାରପତି ଶପଥ ପାଠ କରାଇଥିଲେ । ତାଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।

Related Articles

Back to top button