
ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା
ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ପ୍ଲଟିଂ କରି ବିକୁଥିଲେ ଲେଆଉଟ ପ୍ରସ୍ତୁତ କରିବାକୁ ପଡିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, ପାର୍କିଙ୍ଗ, ଓପନ ସ୍ପେସ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରଖି ଲେଆଉଟ କରି ବିଡିଏ କିମ୍ଵା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ । ଦୀର୍ଘଦିନ ଧରି ପାର୍ଟ ପ୍ଲଟ ବନ୍ଦ ଥିବାରୁ ସରକାର ଓ ଲୋକେ କ୍ଷତି ସହୁଥିଲେ । ସମସ୍ତ ଷ୍ଟକ ହୋଲଡରଙ୍କ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।