ବାତ୍ୟା ପାଇଁ ଭୟଭୀତ ନହେବାକୁ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ମୁଖ୍ୟ ସଚିବ, ଏସଆରସି ସମୀକ୍ଷା କରିଛନ୍ତି । ମୁଁ ବି ବାତ୍ୟା ସ୍ଥିତିର ସମୀକ୍ଷା କରିବି । କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ନୁହେ ପୁରା ୩୦ ଜିଲ୍ଲାରେ ପ୍ରସ୍ତୁତି ରହିବ । ୩୦ ଜିଲ୍ଲାରେ ଓଡ୍ରାଫ ଟିମ୍ ମୁତୟନ ରହିବେ । ଏନଡିଆରଏଫ ଆଲର୍ଟ ରଖାଯାଇଛି । ମନ୍ତ୍ରୀ କହିଛନ୍ତି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ କଡା ବାରଣ କରାଯାଇଛି । ଟ୍ରଲରମାଲିକ ଯଦି ଜୋର ଜବରଦସ୍ତି ପଠାନ୍ତି ତେବେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ । ସମୟ ଯେତେ ପାଖେଇ ଆସିବ ଆମେ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରିବୁ । ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟାର ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ଅଛନ୍ତି ।

Related Articles

Back to top button