ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମୀକ୍ଷା ବୈଠକ
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନେଇ ମଙ୍ଗଳବାର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ଏଥିରେ ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ବରିଷ୍ଠ ଡେପୁଟୀ ନିର୍ବାଚନ କମିସନର (ସିନିଅର ଡିଇସି) ଧର୍ମେନ୍ଦ୍ର ଶର୍ମା, ସିନିଅର ଡିଇସି ନୀତେଶ ବ୍ୟାସ୍ ଏବଂ ଡେପୁଟି ନିର୍ବାଚନ କମିସନର ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାଓ୍ୱାରୀ ଭୋଟର ତାଲିକା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲୋ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମୟରେ ଜଣେ ହେଲେ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି, ସେଥିପ୍ରତି ସଜାଗ ରହିବାକୁ ନିର୍ବାଚନ ଆୟୋଗଙ୍କ ଡେପୁଟି କମିସନର ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରିଛନ୍ତିା
ସେହିପରି ମୃତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବାକୁ ବୈଠକରେ ଉପସ୍ଥିତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତର ହେଲେ ଭୋଟରମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ବୁଥ୍ସ୍ତରୀୟ ଅଧିକାରୀଙ୍କ ଜରିଆରେ ଦାଖଲ କରିବାକୁ ପଡ଼ିବ କିମ୍ବା
ଭୋଟରମାନେ ନିଜେ ଭୋଟର ହେଲପ୍ଲାଇନ୍ ଆପ୍ କିମ୍ବା ଏନ୍ଭିଏସ୍ପି ପୋର୍ଟାଲରେ ଅନ୍ଲାଇନ୍ ମାଧ୍ୟମରେ ଘରେ ରହି ତାଲିକାରେ ନାମ ଯୋଗ, ତାଲିକାରୁ ନାମ ବାଦ୍ଦେବା, ସ୍ଥାନାନ୍ତର ଏବଂ ତ୍ରୁଟି ସଂଶୋଧନ କରିପାରିବୋ ଏକ ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରାଯାଇଛିା