ରାଜ୍ୟରେ କୋଭିଡ୍ ସ୍ଥିତି ଓ ଡାକ୍ତରଖାନା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର: କୋଭିଡ୍ ସ୍ଥିତି ଓ ଡାକ୍ତରଖାନା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଚାଲିଛି। ରାଜ୍ୟରେ କୋଭିଡ୍ ସ୍ଥିତି ଓ ଏହାର ମୁକାବିଲା ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଛନ୍ତି। ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ମେଡିକାଲ କଲେଜର ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିବା ଜଣାଯାଇଛି ।

ସର୍ଭେଲାନ୍ସକୁ ଜୋରଦାର କରିବା, ଅକ୍ସିଜେନ୍ ଓ ହସ୍ପିଟାଲ ଶଯ୍ୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଜିନମ୍ ସିକ୍ୱେନ୍ସିଂ ବଢାଇବା ଉପରେ ମଧ୍ୟ ଆଲୋଚନା ହୋଇପାରେ । ଚୀନରେ ନୂଆ କୋଭିଡ୍ ଭାରିଏଣ୍ଟ ପାଇଁ କରୋନା ବିସ୍ଫୋରଣ ହୋଇଛି । ଆଗକୁ ରାଜ୍ୟରେ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ବୈଠକରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍ମେଂଟ ଉପରେ ଫୋକସ୍ ଦିଆଯିବ। ଏହା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇପାରେ ବୋଲି ସୂଚନା ମିଳିଛି ।

Related Articles

Back to top button