ରାଉରକେଲା-ଚକ୍ରଧରପୁର ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ

ରାଉରକେଲା-ଚକ୍ରଧରପୁର ଓ ଚକ୍ରଧରପୁର- ଟାଟା ମଧ୍ୟରେ  ଦୁଇଟି ସ୍ବତନ୍ତ୍ର ପାସେଞ୍ଜର  ଟ୍ରେନ ଚାଲିବ । ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ। ଆସନ୍ତା ୪ରୁ ପାସେଞ୍ଜର ଟ୍ରେନ୍‌ ଉଭୟ ରାଉରକେଲା ଓ ଚକ୍ରଧରପୁର ଷ୍ଟେସନରୁ ଛାଡିବ। ଅନ୍ୟ ସ୍ବତନ୍ତ୍ର ପାସେଞ୍ଜର ଆସନ୍ତା ୪ରୁ ଚକ୍ରଧରପୁର ଓ ଟାଟାନଗରରୁ ଛାଡିବ।

ରାଉରକେଲା-ଚକ୍ରଧରପୁର (୦୮୧୦୭) ସକାଳ ସାଢ଼େ ୬ଟାରେ ରାଉରକେଲା ଛାଡିବ। ସାଢ଼େ ୮ଟାରେ ଚକ୍ରଧରପୁର ଷ୍ଟେସନରେ ପହଞ୍ଚିବ। ଚକ୍ରଧରପୁର -ରାଉରକେଲା (୦୮୧୦୮) ପାସେଞ୍ଜର ପୂର୍ବାହ୍ନ ୯ଟାରେ ଚକ୍ରଧରପୁର ଷ୍ଟେସନ ଛାଡିବ ବୋଲି ଜଣାପଡିଛି । ଏହି ଟ୍ରେନ ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା। କାରଣ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଯାତ୍ରୀମାନେ ହିନସ୍ତା ହେଉଥିଲେ । ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

Related Articles

Back to top button